ଆସନ୍ତା ୬ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବଡ଼ ବର୍ଷା ସମ୍ଭାବନା ରହିଛି | ଝାରଖଣ୍ଡ ଓ ଆଖପାଖ ଅଂଚଳରେ ସୃଷ୍ଟ ଘୁର୍ଣ୍ଣିବଳୟ ଯୋଗୁଁ ଓଡିଶାରେ ବର୍ଷା ସମ୍ଭାବନା ଥିବା ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ |
ପାଣିପାଗ ବିଭାଗ ପକ୍ଷରୁ ମୟୁରଭଞ୍ଜ, କେନ୍ଦୁଝର ସହ ମୋଟ ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି |
ଏହି ତାଲିକାରେ ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ଗଂଜାମ, ନୟାଗଡ଼, କଟକ , ଖୋର୍ଦ୍ଧା ଏବଂ ଦେବଗଡ଼ ଜିଲ୍ଲା ରହିଛି |
ଆଜି ଗଜପତି, କନ୍ଧମାଳ, ଦେବଗଡ଼ ଓ କେନ୍ଦୁଝରରେ ପ୍ରବଳ ବର୍ଷା ସମ୍ଭାବନା ରହିଛି | ବିଭିନ୍ନ ସ୍ଥାନରେ ୪୦ ରୁ ୫୦ କିଲୋମିଟର ବେଗରେ ପବନ ସହିତ ବଜ୍ରପାତ ର ଆଶଙ୍କା କରାଯାଉଛି |