ବିଜେପି ଜାତୀୟ ପ୍ରବକ୍ତା ସମ୍ବିତ ପାତ୍ର କୋଭିଡ୍-୧୯ ର ଲକ୍ଷଣ ଦେଖାଇବା ପରେ ଗୁରୁଗାଓଁର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି| ତାଙ୍କୁ ଗୁରୁଗାଓଁର ମେଦାନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ଗୁରୁବାର ଡାକ୍ତରଖାନା ସୂତ୍ରରୁ ପ୍ରକାଶ କରାଯାଇଛି|
ବର୍ତମାନ ସୁଦ୍ଧା ସମ୍ବିତ କରୋନା ଆକ୍ରାନ୍ତ କି ନାହିଁ ତାହା ସ୍ପଷ୍ଟ କରାଯାଇନାହିଁ| ସମ୍ବାଦ ଏଜେନ୍ସି PTI ଅନୁସାରେ ବର୍ତମାନ କେବଳ ସମ୍ବିତଙ୍କ ଠାରେ କରୋନା ର ଲକ୍ଷଣ ଦେଖାଯାଇଛି| ଏବେ ତାଙ୍କର ମେଡିକାଲ ଯାଞ୍ଚ ଚାଲିଛି ଏବଂ କରୋନା ର ଟେଷ୍ଟିଙ୍ଗ ହେଇଛି|
ସମ୍ବିତ ହସ୍ପିଟାଲ ରେ ଭର୍ତି ହେବା ପରଠୁ ବିଜେପିର କର୍ମକର୍ତା ମାନେ ତାଙ୍କର ନିରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି|